ଭବାନୀକାନ୍ତ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ଏକ ପରିବର୍ତ୍ତିତ ନିର୍ଦ୍ଦେଶାମାରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଭବାନୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଉଭୟ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜ ପ୍ରେସ୍ ବିବ୍ରୁତିରେ ଜଣାଇଛନ୍ତି ।

Comments are closed.