ପର୍ଣ୍ଣ ଫିଲ୍ମ ରାକେଟ୍: ଜେଲ୍ ଗଲେ ରାଜ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। କୋର୍ଟ ପ୍ରଥମେ ଜୁଲାଇ ୨୩ ପର୍ଯ୍ୟନ୍ତ ରାଜ କୁନ୍ଦ୍ରାଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ। ପରେ ଏହି ମିଆଦ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି କୋର୍ଟ ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି।

ଏହି ମାମଲାରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ତଥା ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରସାରଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କ ସମେତ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରିଛି।

ଚଳିତ ବର୍ଷ ଫେବୃଆରୀରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏନେଇ ଜଣେ ଅଭିନେତ୍ରୀ ମୁମ୍ବାଇ ପୋଲିସ ନିକଟରେ ମାମଲା ଦାୟର କରିଥିଲେ। ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ପ୍ରସାରଣ ପାଇଁ ରାଜ କୁନ୍ଦ୍ରା ଲଣ୍ଡନ ସ୍ଥିତ ଏକ କମ୍ପାନୀ ସହିତ ଚୁକ୍ତି କରିଥିଲେ । ମୋବାଇଲ୍ ଆପ୍ ହଟ୍‌ସଟ୍‌ ମାଧ୍ୟମରେ ଅଶ୍ଳୀଳ କଣ୍ଟେଣ୍ଟ ଷ୍ଟ୍ରିମିଂ କରାଯାଉଥିଲା। ଏହି ବେପାରରୁ କୁନ୍ଦ୍ରା କୁଆଡେ଼ ଦିନକୁ ୧୦ ଲକ୍ଷ ଟଙ୍କା ଆୟ କରୁଥିଲେ ।

Comments are closed.