କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ୍, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି-୨୦ ଗୋଟିଏ ଦିନ ଘୁଞ୍ଚିଲା

କଲମ୍ବୋ: ଭାରତୀୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ୍ ହୋଇଛନ୍ତି । ଫଳରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ ଦିନକ ପାଇଁ ସ୍ଥଗିତ ରଖାଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା ଭାରତୀୟ ଦଳର ଅନ୍ୟ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି । ଯଦି ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ହୁଏ ତେବେ ଦ୍ବିତୀୟ ଟି-୨୦ ବୁଧବାର ଖେଳାଯିବ ।

ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ରବିବାର ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ ରେ ଭାରତ ୩୮ ରନରେ ବିଜୟୀ ହୋଇଥିଲା ।

Comments are closed.