ରାଜ୍ୟରେ ୧୭୦୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳେ ହିଁ ରହିଛି । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା ସାମାନ୍ୟ ବଢିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୭୦୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୯୮୮ ଏବଂ ସ୍ଥାନୀୟ ଅଂଚଳରୁ ୭୧୫ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ତିହ୍ନଟ ହୋଇଛନ୍ତି ସର୍ବାଧିକ ୩୮୬ ଆକ୍ରାନ୍ତ । କଟକ ଜିଲ୍ଲାରୁ ୨୪୦, କେନ୍ଦ୍ରାପଡାରୁ ୧୪୯, ପୁରୀରୁ ୧୩୯, ବାଲେଶ୍ୱରରୁ ୮୮, ଯାଜପୁରରୁ ୮୫, ଭଦ୍ରକରୁ ୭୦, ମୟୂରଭଞ୍ଜରୁ ୬୨, ଅନୁଗୁଳରୁ ୫୯, ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାୟଗଡାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫, କଳାହାଣ୍ଡିରୁ ୧୨, ଗଞ୍ଜାମରୁ ୧୦, ସୋନପୁରରୁ ୧୦, ଦେବଗଡରୁ ୯, କନ୍ଧମାଳରୁ ୮, ବରଗଡରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୫, ବୌଦ୍ଧରୁ ୪, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, ଗଜପତି ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୯ ଲକ୍ଷ ୭୨ ହଜାର ୫୧୭ ଲୋକୋ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୪୯ ହଜାର ୩୫୦ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୧୭ ହଜାର ୪୧୧ ।

Comments are closed.