କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର- ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କୋରାପୁୁଟ ଓ ନବରଙ୍ଗପୁର ଗସ୍ତ କରିଛନ୍ତି । କୋରାପୁଟରେ ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିବେ ଦୁଇ ସଚିବ । ଅକ୍ସିଜେନ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଓ କୋଭିଡ ସ୍ଥିତିର ମଧ୍ୟ ସମୀକ୍ଷା କରିବେ । ବାଳିକା ଉଚ୍ଚବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମର ନିର୍ମାଣ କାର୍ଯ୍ୟର ସମୀକ୍ଷା ବି କରିବେ ଦୁଇ ସଚିବ । ନବରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ହେବ । ଜିଲ୍ଲା ମେଡିକାଲରେ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଂଟର ସମୀକ୍ଷା, ରାଜା ଚୈତନ୍ୟ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମର ଅନୁଧ୍ୟାନ ସହ ଡାଇଭଟ୍ଟାରେ ମେଗା ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ ଦୁଇ ସଚିବ ।

Comments are closed.