କରୋନାରେ ତୃତୀୟ ଥର ସଂକ୍ରମିତ ଡ଼ାକ୍ତର, ନେଇସାରିଛନ୍ତି ଟିକାର ଡବଲ୍ ଡୋଜ୍

ମୁମ୍ବାଇ: ମୁମ୍ବାଇରେ କରୋନା ଜନିତ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବଡ଼ କଥା ହେଉଛି କରୋନା ଟିକା ନେବା ପରେ ମଧ୍ୟ ସେ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଗତ ବର୍ଷ ଜୁନ୍ ୨୦୨୦ ପରଠାରୁ ମୁଲୁଣ୍ଡ ଅଞ୍ଚଳର ବାସିନ୍ଦା ଡଃ ସୃଷ୍ଟି ହଲାରୀ ତୃତୀୟ ଥର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଚଳିତ ବର୍ଷ ଟିକା ମଧ୍ୟ ନେଇଛନ୍ତି। ଟିକା ନେବା ସତ୍ତ୍ୱେ ଡଃ ସୃଷ୍ଟି ହଲାରୀଙ୍କ ପୁରା ପରିବାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଡକ୍ଟର ହଲାରୀ ତିନିଥର କରୋନା ସଂକ୍ରମିତ ହେବା ପରେ ବର୍ତ୍ତମାନ ତାଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ସଂଗ୍ରହ କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ତୃତୀୟ ଥର ସଂକ୍ରମଣ ପଛରେ ଅନେକ କାରଣ ଥାଇପାରେ | ଏଥିମଧ୍ୟରେ, କରୋନାର ଭାରିଆଣ୍ଟ ଠାରୁ ଆରମ୍ଭ କରି ପ୍ରତିରୋଧ ସ୍ତର କିମ୍ବା ଭୁଲ ପରୀକ୍ଷା ରିପୋର୍ଟ ମଧ୍ୟ ଏକ ବଡ଼ କାରଣ ହୋଇପାରେ | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଟିକା ଗ୍ରହଣ କରିବା ସତ୍ତ୍ୱେ ଅନେକ ଲୋକଙ୍କଠାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। କିନ୍ତୁ ଏହି ରୋଗୀମାନେ ଶୀଘ୍ର ସୁସ୍ଥ ହୁଅନ୍ତି।

ଡକ୍ଟର ସୃଷ୍ଟି ହଲାରୀ କହିଛନ୍ତି ଯେ ମୁଁ ପ୍ରଥମଥର ମୋର ଜଣେ ସହକର୍ମୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲି।

ତା’ପରେ ମୁଁ ମୋର ପୋଷ୍ଟିଂ ଶେଷ କଲି ଏବଂ ପିଜି ଆଡମିଶନ ପରୀକ୍ଷା ପୂର୍ବରୁ ବିରତି ନେବାକୁ ସ୍ଥିର କରିଥିଲି ଏବଂ ଘରେ ରହିଲି | ଜୁଲାଇରେ ମୋର ପୁରା ପରିବାର କରୋନା ସଂକ୍ରମିତ ହୋଇଥିଲେ |

ସୃଷ୍ଟିଙ୍କ ଚିକିତ୍ସା କରୁଥିବା ଡକ୍ଟର ମେହୁଲ ଠାକୁର କହିଛନ୍ତି ଯେ “ମେ ମାସରେ ହୋଇଥିବା ଦ୍ୱିତୀୟ ସଂକ୍ରମଣ ଜୁଲାଇ ମାସରେ ପୁଣି ସକ୍ରିୟ ହୋଇଥାଇପାରେ। ନଚେତ୍ ଆରଟିଓ- ପିସିଆର୍ ରିପୋର୍ଟ ଭୁଲରେ ନେଗେଟିଭ ଆସିଥାଇପାରେ।

Comments are closed.