୪ ହଜାରରୁ ଅଧିକ ପଡା ହେବା ନୂଆ ରାଜସ୍ୱ ଗାଁ, ନିୟମାବଳୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟର ୪ ହଜାରରୁ ଅଧିକ ପଡା ହେବ ନୂଆ ରାଜସ୍ୱ ଗାଁ । ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ରାଜସ୍ୱ ଗାଁଠାରୁ ଅଧ କିଲୋମିଟର ଦବରରେ ଥିବା ପଡାକୁ ରାଜସ୍ୱ ଗାଁ କରାଯିବ । ଏଥିପାଇଁ ପଡାର ଲୋକସଂଖ୍ୟା ୨୫୦ରୁ ଅଧିକ ହେବ ଦରକାର । ମୂଳ ଗାଁଠାରୁ ଅଥ କିଲୋମିଟର ଦୂରରେ ଥିଲେ ବି ପଡା ରାଜସ୍ୱ ଗାଁ ହୋଇପାରିବ । ଏଥିପାଇଁ ପଡାର ଲୋକସଂଖ୍ୟା ୩ ଶହରୁ ଅଧିକ ହୋଇଥିବା ଜରୁରୀ ।

Comments are closed.