ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଇଲା ସେବି

ନୂଆଦିଲ୍ଲୀ: ଷ୍ଟକ୍ ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ‘ଭିଆନ୍ ଇଣ୍ଡଷ୍ଟ୍ରିଜ୍’ ଲିମିଟେଡ୍, ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ୱାମୀ ରିପୁ ସୁଦାନ କୁନ୍ଦ୍ରା ଓରଫ୍ ରାଜ କୁନ୍ଦ୍ରା ଜରିମାନା କରିଛନ୍ତି। ସେବି ଦ୍ଵାରା ଜାରି ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କ ଉପରେ ମୋଟ ୩ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଶିଳ୍ପା ଏବଂ ରିପୁ ‘ଭିଆନ୍ ଇଣ୍ଡଷ୍ଟ୍ରିଜ୍’ ର ପ୍ରମୋଟର ଅଟନ୍ତି |

ସେପ୍ଟେମ୍ବର ୨୦୧୩ ରୁ ଡିସେମ୍ବର ୨୦୧୫ ମଧ୍ୟରେ ଆଭ୍ୟନ୍ତରୀଣ କାରବାର (ଇନସାଇଡ୍ ଟ୍ରେଡିଂ) ନିୟମ ଉଲ୍ଲଂଘନ ନେଇ ସେବି ଏହି ଜରିମାନା କରିଛି ।

ଅକ୍ଟୋବର ୨୦୧୫ରେ, ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଚାରି ଜଣଙ୍କୁ ପାଞ୍ଚ ଲକ୍ଷ ଅଂଶଧନ ବଣ୍ଟନ କରିଥିଲା ​​| ଏହା ବ୍ୟତୀତ ରିପୁ ଏବଂ ଶିଳ୍ପାଙ୍କୁ ୨.୫୭ କୋଟିର ୧,୨୮,୮୦୦ ଅଂଶଧନ ବଣ୍ଟନ କରାଯାଇଥିଲା ।

ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ କୁନ୍ଦ୍ରା ସମ୍ପ୍ରତି ଜେଲରେ ଅଛନ୍ତି ।

Comments are closed.