ଆଇଏଏସ ସ୍ତରରେ ଅଦଳବଦଳ : ବିଶାଲ ଦେବ ନୂଆ ଅର୍ଥ ସଚିବ, ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ବିଶାଲଦେବଙ୍କୁ ଅର୍ଥ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି । ପଂଚାୟତିରାଜ ବିଭାଗ ସଚିବ ଡି.କେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହି ବିଭାଗ ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ . ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବ ବ୍ୟାପାରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Comments are closed.