ଆସନ୍ତାକାଲି ଆସିବ ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌, ସାମଗ୍ରିକ ଭାବେ କଟକଣା ଅଧିକ କୋହଳ ହେବା ସମ୍ଭାବନା

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଆସନ୍ତାକାଲି ଜାରି ହେବା ସମ୍ଭାବନା ରହିଛି । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ରାଜ୍ୟ ସରକାର ଆଉ କିଛି କଟକଣା କୋହଳ କରିବା ନେଇ ଚର୍ଚ୍ଚା ହେଉଛି । ସାମଗ୍ରିକ ସ୍ଥିତି ରପରେ ସମୀକ୍ଷା କରି ହିଁ ସରକାର କଟକଣା କୋହଳ ବା ସଂପୂର୍ଣ୍ଣ ଅନଲକ୍ ନେଇ ନିଷ୍ପତ୍ତି ନେବେ । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆଉ କିଛି କଟକଣା କୋହଳ ହୋଇପାରେ ।

ଏ – କ୍ୟାଟୋଗୋରୀରେ ଥିବା ୨୦ଟି ଜିଲ୍ଲାରେ ସଂକ୍ରମଣ ହାର ୧ ପ୍ରତିଶତ ବା ଏହାଠାରୁ କମ୍ ରହୁଛି । ତେଣୁ ଏସବୁ ଜିଲ୍ଲାରେ ସଂପୂର୍ଣ୍ଣ ଅନଲକ୍ ନ କଲେ ବି କଟକଣାକୁ ଆହୁରି କୋହଳ କରାଯିବା ସମ୍ଭାବନା ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ବି ତିନି ଅଙ୍କରେ ରହୁଥିଲେ ମଧ୍ୟ ଆଗ ଅପେକ୍ଷା ସ୍ଥିତିରେ ଉନ୍ନତି ହୋଇଛି । ଏହି ଦୁଇ ଜିଲ୍ଲା ସମେତ ବି –କ୍ୟାଟୋଗୋରୀରେ ଥିବା ୧୦ଟି ଜିଲ୍ଲାରେ ଦୋକାନବଜାର ସଂଧ୍ୟା ୫ ପରିବର୍ତ୍ତେ ରାତି ୯ଟା ପାଇଁ ଖୋଲିବାକୁ ଅନୁମତି ଦିଆଯାଇପାରେ ।

Comments are closed.