‘ସାଇକେଲ ଫର୍ ଚେଞ୍ଜ୍‌’ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ | News Room Odisha

‘ସାଇକେଲ ଫର୍ ଚେଞ୍ଜ୍‌’ ପ୍ରତିଯୋଗିତାରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର- ସ୍ମାର୍ଟସିଟି ଭୁବନେଶ୍ୱରକୁ ଆଉ ଏକ ଜାତୀୟ ସ୍ତରୀୟ ପୁରସ୍କାର । କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ୍ ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶର ୧୧ଟି ପ୍ରମୁଖ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ବେଙ୍ଗଳୁରୁ ପ୍ରଥମ ସ୍ଥାନରେ ରହିଛି । ପୁରସ୍କାର ବାବଦକୁ ଭୁବନେଶ୍ୱରକୁ ମିଳିବ ଏକ କୋଟି ଟଙ୍କା । ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ନଗର ବିକାଶ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରତିଯୋଗିତା । ୧୦୦ ସ୍ମାର୍ଟ ସିଟି ସମେତ ସବୁ ରାଜ୍ୟର ରାଜଧାନୀ ଏଥିରେ ସାମିଲ ହୋଇଥିଲେ ।