ଟୋକିଓ ଅଲିମ୍ପିକ୍ସ: ସେମିରେ ପହଞ୍ଚିଲେ ସିନ୍ଧୁ, ପଦକରୁ ଆଉ ଗୋଟିଏ ବିଜୟ ଦୂରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପଦକର ଆଉ ପାଦେ ନିକଟତର ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ବିଶ୍ଵ ଚାମ୍ପିୟନ ସିନ୍ଧୁ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଜାପାନର ଚତୁର୍ଥ ସିଡ୍ ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ପରାସ୍ତ କରିଛନ୍ତି | ମ୍ୟାଚ୍ ୫୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​​| କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବା ଠାରୁ ସିନ୍ଧୁ ବର୍ତ୍ତମାନ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ରିଓ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ। ସିନ୍ଧୁ ଏବଂ ୟାମାଗୁଚି ୧୯ତମ ଥର ପାଇଁ ମୁହାଁମୁହିଁ ହୋଇଥିଲେ | ଏଥରକୁ ମିଶାଇ ୟାମାଗୁଚିଙ୍କ ବିପକ୍ଷରେ ସିନ୍ଧୁ ଦ୍ୱାଦଶ ଥର ପାଇଁ ବିଜୟ ହାସଲ କରିଛନ୍ତି। ମ୍ୟାଚ ବେଳେ ୟାମାଗୁଚି ପାଞ୍ଚ ଥର କୋର୍ଟରେ ପଡିଥିଲେ।

Comments are closed.