ଅଗଷ୍ଟ କୋରୋନା ଗାଇଡଲାଇନ, ଅପରାହ୍ନ ସାଢେ ୩ଟାରେ ଏସଆରସିଙ୍କ ପ୍ରେସମିଟ୍

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୩ଟାରେ ଏସଆରସି ପ୍ରଦୀପ ଜେନା ପ୍ରେସ ବିବୃତି ରଖିବେ । ଅଗଷ୍ଟ ମାସର କୋଭିଡ ଗାଇଡଲାଇନ ନେଇ ସେ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆଂଶିକ କଟକଣା ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇବାରେ ଲାଗିଛି । ଦୁଇ ହଜାର ତଳେ ହିଁ ରହୁଛି ସଂକ୍ରମଣ । ଖୋର୍ଦ୍ଧା, କଟକ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିଲେ ମଧ୍ୟ ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଅନଲକ୍ କରିବେ ନାହିଁ ବୋଲି ସଙ୍କେତ ମିଳିଛି । ତେବେ ପୂର୍ବାପେକ୍ଷା କଟକଣା ଅଧିକ କୋହଳ ହୋଇପାରେ । ବିଶେଷ କରି ଏ କ୍ୟାଟୋଗୋରୀ ଜିଲ୍ଲାରେ କଟକଣା ଅଧିକ କୋହଳ ହେବା ସମ୍ଭାବନା ରହିଛି ।

Comments are closed.