କୋଭିଡ କଟକଣା ମଧ୍ୟରେ ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ୧୦ଟି ବିଲ୍ ଆଗତ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହି ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ୍ ଆଗତ ହେବ । ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ,ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଶୀତ ଅଧିବେଶନ ସରଗରମ ରହିପାରେ । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି ।

ଅଧିବେଶନ ପୂର୍ବରୁ ଶାସକ ବିଜେଡିର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି । ଏଥର ରାଜ୍ୟ ସରକାର ବିଧାନସଭାର ୧୦ଟି ବିଲ୍ ଆଗତ କରିବେ । ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବିଲ୍ ଆଗତ କରିବେ ସରକାର । ଅଧିବେଶନରେ ଭାଗ ନେବାକୁ ଦଳର ସବୁ ବିଧାୟକଙ୍କୁ ପରାମର୍ଶ ବିଜେଡି ସଭାପତି ପରାମର୍ଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

Comments are closed.