ରାଜ୍ୟରେ ୧୧ ଶହ ତଳେ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୧୦୩୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୧ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୩୨ ନୂଆ ସଂକ୍ରମିତ । ସଙ୍ଗରୋଧରୁ ୫୯୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ । ଖୋର୍ଦ୍ଧାରୁ ୨୩୭ ଓ କଟକରୁ ୧୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୮୨, ଜଗତସିଂହପୁରରୁ ୮୨, ଅନୁଗୁଳରୁ ୪୮, ଭଦ୍ରକରୁ ୪୭, ଯାଜପୁରରୁ ୪୩, ବାଲେଶ୍ୱରରୁ ୩୬, ନୟାଗଡରୁ ୩୦, ଢେଙ୍କାନାଳରୁ ୨୫, କେନ୍ଦୁଝରରୁ ୨୩, ସୁନ୍ଦରଗଡରୁ ୨୩, ମୟୂରଭଞ୍ଜରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସମ୍ବଲପୁରରରୁ ୧୯, କେନ୍ଦ୍ରାପଡାରୁ ୧୮, କନ୍ଧମାଳରୁ ୧୦, ସୁବର୍ଣ୍ଣପୁରରୁ ୧୦, କୋରାପୁଟରୁ ୯, ରାୟଗଡାରୁ ୮, ବରଗଡରୁ ୮, ଦେବଗଡରୁ ୮ , ଗଞ୍ଜାମରୁ ୮, ଗଜପତିରୁ ୬, ମାଲକାନଗିରିରୁ ୬, କଳାହାଣ୍ଡିରୁ ୬, ନବରଙ୍ଗପୁରରୁ ୬, ବଲାଙ୍ଗିରରୁ ୪, ଝାରସୁଗୁଡାରୁ ୩, ବୌଦ୍ଧରୁ ୨ ଓ ନୂଆପଡାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ମୋଟ ୯ ଲକ୍ଷ ୭୯ ହଜାର ୭୩୭ ଲୋକ ପଜିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇସାରିଛନ୍ତି ୯ ଲକ୍ଷ ୬୮ ହଜାର ୬୦୧ । ୧୫ ହଜାର ୫୦ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.