ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ | News Room Odisha

ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ

ଟୋକିଓ – ପୁରୁଷ ଦଳ ପରେ ଭାରତୀୟ ମହିଳା ହକି ଦଳ ବି ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ, ବିଶ୍ୱର ଦୁଇ ନମ୍ବର ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକମାତ୍ର ଗୋଲରେ ହରାଇ ଏହି ବିରାଟ ସଫଳତା ହାସଲ କରିଛି ଭାରତ । ଗୁରୁଜିତ କୌର ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ ।

2020 Tokyo OlympicsHockey IndiaIndian Women's Hockey Team