ଭାରତରେ କରୋନା ମାମଲା ୯୦ ଲକ୍ଷ ଟପିଲା, ଦିନକରେ ଆଉ ୪୫,୮୮୨ ରୋଗୀ ଚିହ୍ନଟ, ୫୮୪ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ୪୫,୮୮୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଛି । ଦିନକରେ ଆଉ ୫୮୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪,୮୦୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାରରେ ପହଞ୍ଚିଛି । ଦେଶରେ କରୋନାରେ ଏଯାବତ ୧,୩୨,୧୬୨ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ମୋଟ ସକ୍ରିୟ ମାମଲା ତଳକୁ ଖସୁଛି । ଏବେ ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାରକୁ ଖସିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୮୪ ଲକ୍ଷ ୨୮ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜଧାନୀ ନଗରୀ ଦିଲ୍ଲୀ ଓ କେରଳରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆରମ୍ଭ ହୋଇଥିବାରୁ ଦେଶରେ ଦୈନିକ ନୂଆ ମାମଲାରେ ବୃଦ୍ଧି ଘଟିଛି ।

Comments are closed.