ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ନୀତି ଆୟୋଗ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ସରକାରଙ୍କ ନୀତି ଓ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ।
Bhubaneswar first city to achieve 100% COVID vaccination, Puri first city to supply 24×7 drinking water. Congrats @Naveen_Odisha & people of Odisha for these achievements and for also sponsoring our national men & women hockey teams since 2018, who have now reached the semis!
— Amitabh Kant (@amitabhk87) August 2, 2021
ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ୧୦୦ ପ୍ରତିଶତ କୋଭିଡ ଟିକାକରଣ, ଦେଶର ପ୍ରଥମ ସହର ଭାବେ ପୁରୀରେ ଟ୍ୟାପ୍ ଯୋଗେ ୨୪ ଘଂଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି ସଫଳତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ କାନ୍ତ ।
କରିଛନ୍ତି । ଏଥିସହିତ ୨୦୧୮ରୁ ଜାତୀୟ ପୁରୁଷ ଓ ମହିଳା ହକି ଦଳକୁ ପ୍ରାୟୋଜକ କରିଆସୁଥିବାରୁ ବି ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ।