ଆଜିଠୁ ଇଣ୍ଡିଆନ୍ ସୁପର ଲିଗ୍-୭

ବାମ୍ବୋଲିମ (ଗୋଆ) –  ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ର ସପ୍ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବ । ଏହି ଇଭେଣ୍ଟ ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ହେବା ପରଠୁ ଆଇଏସଏଲ୍ ହେବ ଭାରତରେ ଖେଳାଯିବାକୁ ଥିବା ପ୍ରଥମ ପ୍ରମୁଖ ସ୍ପୋର୍ଟ୍ସ ଇଭେଣ୍ଟ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟ ର ସବୁ ମ୍ୟାଚ୍ କେବଳ ଗୋଆରେ ଅନୁଷ୍ଠିତ ହେବ । ବିନା ଦର୍ଶକରେ ଆଇଏସଏଲର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେବ ।

ଖେଳାଳି ଓ ସବୁ କୋଚିଂ ଷ୍ଟାଫଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ପାଳନ କରିବାକୁ ପଡିବ । ପୂର୍ବତନ ଚାମ୍ପିୟନ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମୁକାବିଲାରୁ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ । ତେବେ ଟୁର୍ଣ୍ଣାମେଣ୍ଟର  ପ୍ରତୀକ୍ଷିତ ମ୍ୟାଚ୍ ହେବ ଏଟିକେ ମୋହନ ବାଗାନ ଓ ଏସସି ଇଷ୍ଟ ବେଙ୍ଗଲ ।
ଚେନ୍ନାଇନ୍ ଏଫସିକୁ ହରାଇ ଏଟିକେ ଗତଥର ଚାମ୍ପିୟନ ହୋଇଥିଲା ।

Comments are closed.