ଜିଏମୟୁରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ (ଜିଏମୟୁ) ବାଣିଜ୍ୟ ବିଭାଗ , ଜିଏମୟୁ ସଂସ୍ଥାପନ ବିଭାଗ , ଆଦିତ୍ୟ ବିର୍ଲା ଦକ୍ଷତା କେନ୍ଦ୍ର, ସମ୍ବଲପୁର ର ମିଳିତ ଆନୁକୁଲ୍ୟରେ ଶନିବାର ଅଧ୍ୟାପନା ପ୍ରକୋଷ୍ଠ-୧ ରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଏମୟୁ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡ଼ଃ. ସୁଶାନ୍ତ କୁମାର ଦାସ ଉଦଘାଟନ କରିବାବେଳେ ଉପକୁଳସଚିବ ଡ଼.ଉମାଚରଣ ପତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ଆଦିତ୍ୟ ବିର୍ଲା ଦକ୍ଷତା ବିକାଶ ଗ୍ରୁପ୍ ର ଅତିରିକ୍ତ ମହାପ୍ରବନ୍ଧକ ଡଃ.ଅଶ୍ବିନୀ କୁମାର ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ବଲପୁର ଆଦିତ୍ୟ ବିର୍ଲଆ ଦକ୍ଷତା ବିକାଶ କେନ୍ଦ୍ରର ପ୍ରବନ୍ଧକ ମନୋରଞ୍ଜନ ମହାକୁଡ଼ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ବାଣିଜ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼. ଶ୍ୟାମା ଚରଣ ଆଚାର୍ଯ୍ୟ ଦକ୍ଷତା ବିକାଶ ସମ୍ପର୍କିତ ସୂଚନା ଆଲୋକପାତ କରିଥିଲେ ।

ମ୍ୟାନେଜମେଣ୍ଟ ବିଭାଗର ଖଗେଶ୍ବର ସାହୁ ଓ ସମ୍ବଲପୁର ଆଦିତ୍ୟ ବିର୍ଲା ଦକ୍ଷତା ବିକାଶ କେନ୍ଦ୍ରର ପ୍ରଶିକ୍ଷକ ମିଲନ କୁମାର ସାହୁ କାର୍ଯ୍ୟକ୍ରମରେ ସହାୟତା କରିଥିଲା ବେଳେ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ପ୍ରିୟବ୍ରତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ଡ.ଜ୍ଞାନରଞ୍ଜନ ବଳ ,ଅଲେଖ ମେହେର ,ଡ଼.ପ୍ରଦୋଶ ଆଚାର୍ଯ୍ୟ , ସତ୍ୟ ସାର୍ ,ଶିବାନୀ ଶର୍ମା ଓ ସରୋଜା ମେହେର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ
ବାଣିଜ୍ୟ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏବଂ ମ୍ୟାନେଜମେଣ୍ଟ ବିଭାଗର ଏମ୍ ବିଏ , ବିବିଏ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମ୍ୟାନେଜମେଣ୍ଟ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.