କୋରୋନାର ଦ୍ୱିତୀୟ ପ୍ରବାହ ଆଶଙ୍କା : ବନ୍ଦ ହେବ ନାହିଁ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସପିଟାଲ୍‌, ବଦଳିଲା ପୂର୍ବ ନିଷ୍ପତି

ବ୍ରହ୍ମପୁର- କୋରୋନାର ଦ୍ୱିତୀୟ ପ୍ରବାହ ଆଶଙ୍କା ଦୃଷ୍ଟିରୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା କୋଭିଡ ହସପିଟାଲ ବନ୍ଦ ହେବ ନାହିଁ । ସେଠାରେ ପୂର୍ବଭଳି କୋଭିଡ ରୋଗୀଙ୍କ ଚିକିତ୍ସା ଜାରି ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରୋଗୀ ସଂଖ୍ୟା ହ୍ରାସ ଯୋଗୁଁ ହସପିଟାଲ ବନ୍ଦ ନେଇ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିଲା ।

କିନ୍ତୁ କୋରୋନାର ଦ୍ୱିତୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ପୂର୍ବ ନିଷ୍ପତିରେ ପରିବର୍ତନ କରିଛି ପ୍ରଶାସନ । ଶୀତଳାପଲ୍ଲୀ କୋଭିଡ ହସପିଟାଲରେ ୫୫ଟି ଆଇସିୟୁ ବେଡ୍ ସହ ଚିକିତ୍ସା ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.