ଦୁଇମାସ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର | News Room Odisha

ଦୁଇମାସ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ – ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ ଦର ଲିଟର ପିଛା ୧୭ ପଇସା ଓ ଡିଜେଲ ୨୨ ପଇସା ବୃଦ୍ଧି କରାଯାଇଛି । ନୂଆ ଦର ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୮୧.୨୩ ଟଙ୍କା ଏବଂ ଡିଜେଲ ୭୦.୪୬ ଟଙ୍କା ପଇସା ହୋଇଛି ।

ସେପ୍ଟେମ୍ବର ୨୨ ପରେ ପ୍ରଥମ ଥର ପେଟ୍ରୋଲ ଦର ବଢିଥିବା ବେଳେ ଅକ୍ଟୋବର ୨ ପରେ ଡିଜେଲ ଦର ବଢିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଓ ବିଦେଶୀ ମୁଦ୍ରା ବିନିମୟ ହାର ଭିତ୍ତିରେ ଭାରତୀୟ ତୈଳ କମ୍ପାନୀମାନେ ଦୈନିକ ତେଲ ଦର ଧାର୍ଯ୍ୟ କରିଥାନ୍ତି । ତେବେ କୋଭିଡ୍-୧୯ ପରଠୁ ସେପ୍ଟେମ୍ବର ପହିଳା ର୍ଯ୍ୟନ୍ତ ପ୍ରାୟ କ୍ରମାଗତ ତେଲ ଦର ବଢି ଚାଲିଥିଲା । ତେବେ ଗତ ଦେଢମାସ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା ।

Petrol Diesel Prices Hiked