ଭୁବନେଶ୍ୱରର ଝାରପଡା ଅଂଚଳରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର- ରାଜଧାନୀରେ ବିଗତ କିଛି ଦିନରେ ଏଟିଏମ ଲୁଟ୍ ହୋଇଥିବା ବେଳେ ଆଜି ଏକ ଏଟିଏମ ଲୁଟ୍ ପାଇଁ ଉଦ୍ୟମ ହୋଇଥିଲା । ଝାରପଡା-କଟକ ରୋଡ୍ ଅଂଚଳରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ କରିଛି ଲକ୍ଷମୀ ସାଗର ଥାନା ପୋଲିସ ।

ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଏଟିଏମକୁ ଶାବଳ ଦ୍ୱାରା ତାଡୁ ଥିବା ବେଳେ ତାଙ୍କୁ ପୋଲିସ ଧରିଥିଲା । ଅଭିଯୁକ୍ତକୁ ପଚରାଉଚରା ପରେ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିଲା ।

 

Comments are closed.