ଇଚ୍ଛା ଡ୍ୟାମ ନିର୍ମାଣ କାମ ଶେଷ ଓ ଚାଣ୍ଡିଲି ଡ୍ୟାମରେ ବନ୍ୟା ନିୟନ୍ତ୍ରଣ ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର- ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଇଚ୍ଛା ଡ୍ୟାମର କାମ ଶୀଘ୍ର ସାରିବା ପାଇଁ ଅନୁରୋଧ କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁବର୍ଣ୍ଣରେଖା –ଖରାଖାଇ ବହୁୁମୁଖୀ ନଦୀବନ୍ଧ ପ୍ରକଳ୍ପର ଇଚ୍ଛା ଡ୍ୟାମ୍ କାମ ଶୀଘ୍ର ଶେଷ ହେଲେ ଓଡିଶାର ଲୋକେ ଉପକୃତ ହେବେ ।

ଝାଡଖଣ୍ଡ ସରକାର ନିକଟରେ ଏହି ଡ୍ୟାମ କାମ ଆରମ୍ଭ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ଓଡିଶା, ଝାଡଖଣ୍ଡକୁ ସଂପୂର୍ଣ୍ଣ ସହଯୋଗ କରିବା ସହ ଠିକ୍ ସମୟରେ ଓଡିଶା ବ୍ୟୟ ବାବଦ ଅର୍ଥ ପୈଠ କରିବ ବୋଲି ନବୀନ ଚିଠିରେ ଦର୍ଶାଇଛନ୍ତି । ଏହାଛଡା ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପର ଚାଣ୍ଡିଲି ଡ୍ୟାମରେ ବନ୍ୟା ନିୟନ୍ତ୍ରଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ନବୀନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

Comments are closed.