ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି | News Room Odisha

ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ଯୁଦ୍ଧର ନୀର୍ଭାକ ସେନାନାୟକ ସହିଦ ଲକ୍ଷ୍‌ମଣ ନାୟକଙ୍କ ଜୟନ୍ତୀର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ଯେ, ସହିଦ ଲକ୍ଷ୍‌ମଣ ନାୟକଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ଓଡିଆ ଜାତିର ଇତିହାସର ଏକ ମହାର୍ଘ ଅଧ୍ୟାୟ । ନିରୀହ ଆଦିବାସୀଙ୍କ ସୁରକ୍ଷା ସହ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ କରି ସେ ଏକ କାଳଜୟୀ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM Naveen Patnaik