ସାରୁଅ ଜମି କେଳେଙ୍କାରୀ ନେଇ ରାମ ମାଧବଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି, ବିଜେପି ନେତାଙ୍କୁ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ପାଲଟା ପ୍ରଶ୍ନ

ଭୁବନେଶ୍ୱର- ସରୁ୍‌ଅରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦଳିତଙ୍କ ଜମି ହଡପ ମାମଲାରେ ବିଜେପିର ବରିଷ୍ଠ ନେତା ରାମ ମାଧବଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ରାମ ମାଧବ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ । ଜଗିମଙ୍ଗତ ଓ ବୈଜୟନ୍ତ କାହିଁକି ଦଳିତଙ୍କ ଜମି ହଡପ କଲେ ବୋଲି ରାମ ମାଧବଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ ।

କେବଳ ସେ ନୁହନ୍ତି, ଓଡିଶା ହାଇକୋର୍ଟ ମଧ୍ୟ ଏହି କଥା କହିଛନ୍ତି । ଜମି ହରାଇଥିବା ୨୨ ଦଳିତଙ୍କ ଦୁର୍ଦ୍ଦଶା ଦେଖିବାକୁ ରାମ ମାଧବ ଆସନ୍ତୁ ବୋଲି ଅମର ଟ୍ୱିଟ୍ କରି କହିଛନ୍ତି । ପୀଡିତଙ୍କ ପାଇଁ ତାଙ୍କର ସଂଘର୍ଷ ଆଦର୍ଶଗତ ବୋଲି ଅମର କହିଛନ୍ତି । ସେପଟେ ସସ୍ମିତ ପାତ୍ର ମଧ୍ୟ ରାମ ମାଧବଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ପଣ୍ଡା ଦଂପତିଙ୍କ ବିରୋଧରେ ଆକ୍ରୋଶମୂଳକ କା ର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ରାମ ମାଧବଙ୍କ ଅଭିଯୋଗକୁ ଜୋରଦାର ଖଣ୍ଡନ କରି ସସ୍ମିତ ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ବୈଜୟନ୍ତଙ୍କ ସିଷ୍ଟର୍ସ କଂପାନି କୋଟି କୋଟି ଟଙ୍କା ଆୟ କରୁଛନ୍ତି । ସରକାରଙ୍କ ସହଯୋଗରେ ହଜାର ହଜାର କୋଟି ଆୟ କରୁଛନ୍ତି । ଏଠାରେ ରାଜ୍ୟ ସରକାରଙ୍କ ଆକ୍ରୋଶ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ହାଇକୋର୍ଟରେ ମାମଲା ଅଛି । ବିନା ହସ୍ତକ୍ଷେପରେ ନ୍ୟାୟ ହେବ ବୋଲି ସସ୍ମିତ ଟ୍ୱିଟ୍ କରି କହିଛନ୍ତି । ପୂର୍ବରୁ ରାମ ମାଧବ ଏହି ମାମଲାରେ ଓଡିଶା ସରକାରଙ୍କୁ ମହାରାଷ୍ଟ୍ର ସରକାରଙ୍କ ସହ ତୁଳନା କରିଥିଲେ । ରାଜନୈତିକ ଆକ୍ରୋଶ ପାଇଁ ଜଗି ଓ ବୈଜୟନ୍ତଙ୍କୁ ପୋଲିସ ହଇରାଣ କରିଥିବା ରାମମାଧବ କହିଥିଲ, ଯାହାର କି କଡା ଜବାବ ରଖିଛି ବିଜେଡି ।

Comments are closed.