ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗ : ବିଜେଡି କହିଲା, ବନ୍ଦ ନୁହେଁ , ସ୍କୁଲର ମିଶ୍ରଣ କରାଯାଇଛି , ଚାଲି ନ ଜାଣି ବାଟକୁ ଦୋଷ ଭଳି ବ୍ୟବହାର କରୁଛନ୍ତି ବିରୋଧୀ | News Room Odisha

ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗ : ବିଜେଡି କହିଲା, ବନ୍ଦ ନୁହେଁ , ସ୍କୁଲର ମିଶ୍ରଣ କରାଯାଇଛି , ଚାଲି ନ ଜାଣି ବାଟକୁ ଦୋଷ ଭଳି ବ୍ୟବହାର କରୁଛନ୍ତି ବିରୋଧୀ

ଭୁବନେଶ୍ୱର- ରାଜ୍ୟରେ ସ୍କୁଲ ବନ୍ଦ କରାଯିବା ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି । ଏଥିରେ ଭାଗ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସ୍କୁଲ ବନ୍ଦ କରାଯାଇନାହିଁ । ବରଂ ସ୍କୁଲର ମିଶ୍ରଣ କରାଯାଇଛି । କାହାକୁ ବି ଶିକ୍ଷାରୁ ବଂଚିତ କରିବା ପାଇଁ ସରକାର ଯୋଜନା କରିନାହାନ୍ତି । ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରମିଳା କହିଛନ୍ତି ।

ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ୮ ଛାତ୍ରଛାତ୍ରୀଙ୍କ ପାଇଁ ୨ ଜଣ ଶିକ୍ଷକ ରହୁଛନ୍ତି, ଯାହା କି ଯଥାର୍ଥ ନୁହେଁ । ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଦେଇଛନ୍ତି । ସ୍କୁଲ ମିଶ୍ରଣ ପାଇଁ ନୀତି ଆୟୋଗ ୨୦୧୭ରେ କହିଥିଲେ । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି । ଅଭିଯୋଗ କଲେ ସମାଧାନର ବାଟ ବାହାର କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି । ବିରୋଧୀ ଦଳ ଚାଲି ନ ଜାଣ ବାଟକୁ ଦୋଷ ଭଳି ବ୍ୟବହାର କରୁଥିବା ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଇନାହିଁ ବୋଲି ପ୍ରତାପ କହିଛନ୍ତି ।

Odisha AssemblyOdisha Government