ବ୍ରହ୍ମପୁର ଧର୍ମନଗର ଅଂଚଳରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

ବ୍ରହ୍ମପୁର- ରେଶମ ସହରରେ ଆଉ ଏକ ଜୁଆ ଆଡ୍ଡା ଠାବ କରିଛି ପୋଲିସ । ଧର୍ମନଗର ଅଂଚଳରେ ଏକ ଜୁଆ ଆଡ୍ଡା ଚାଲିଥିବା ଖବର ମିଳିବା ପରେ ଟାଉନ ଥାନା ପୋଲିସର ଆଇଆଇସିଙ୍କ ନେତୃତ୍ୱରେ ସେଠାରେ ଚଢାଉ କରାଯାଇଥିଲା । ଜୁଆରେ ସଂପୃକ୍ତ କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଆଡ୍ଡାରୁ ନଗଦ ୯ ଲକ୍ଷ ୨୯ ହଜାର ୨ ଶହ ଟଙ୍କା ଜବତ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

Comments are closed.