ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୭,୯୭୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦୈନିକ ମାମଲାରେ ୧୩% ହ୍ରାସ ଘଟିଛି । ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧ରେ ପହଞ୍ଚିଛି । ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ସାମାନ୍ୟ କମିଛି । ଦିନକରେ ଏହି ମହାମାରୀରେ ଆଉ ୪୮୦ ଲୋକ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୧୧ । ଏଯାବତ ଦେଶରେ ୧,୩୪,୨୧୮ ଲୋକଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୨,୩୧୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଏବେ ୮୬,୦୪,୯୫୫କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହାର ୯୩.୭୫% ରହିଛି । ଗତ ୧୩ ଦିନ ଧରି ଚିକିତ୍ସାଧୀନ ଲୋକଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି । ଚିକିତ୍ସାଧୀନ ଲୋକଙ୍କ ସଂଖ୍ୟା ଏବେ ୪,୩୮,୬୬୭ ରହିଛି , ଯାହା ମୋଟ ମାମଲାର ୪.୮୫% ।
Comments are closed.