ମାଛଚାଷ ମାଧ୍ୟମରେ ଓଡ଼ିଶାର ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥକ ନିରାପତ୍ତା ସହିତ ପୁଷ୍ଟିସାଧନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ସଦର ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଲାଖପଦର ଗାଁ । ୧୦ ଜଣ ଗରିବ ମହିଳା ଆର୍ଥିକ ଦୃଷ୍ଟିକୋଣରୁ ସ୍ଵାବଲମ୍ବୀ ହେବା ଲକ୍ଷ୍ୟ ନେଇ ୨୦୦୯ ମସିହାରେ କେଦାରଗୌରୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛଚାଷ ପାଇଁ ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକର ଦୀର୍ଘମିଆଦୀ ଲିଜ୍ ପାଇଁ ୨୦୧୯ ମସିହାରେ ପୋଖରୀ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କଲେ । ଚୟନ ପ୍ରକ୍ରିୟାରେ ସଫଳ ହେବା ପରେ ୧୪ ଏକର ପରିମିତ ପଞ୍ଚାୟତ ପୋଖରୀକୁ ୩ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କଲେ । ବ୍ୟବସାୟିକ ଭିତ୍ତିରେ ମାଛଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ ୩ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ ୩ କ୍ୱିଣ୍ଟିଲ୍ ମାଛ ଯାଆଁଳ ଛାଡ଼ିଥିଲେ । ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସଏଚଜି ମତ୍ସ୍ୟ ନିର୍ଦ୍ଦେଶାଳୟ ତରଫରୁ ୩.୬ ଲକ୍ଷ ଟଙ୍କାର ଇନ୍ପୁଟ୍ ସବ୍ସିଡି ପାଇପାରିଛନ୍ତି । କୋଭିଡ୍ ୧୯ ଲଡାଉନ୍ ସମୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୧୦ କ୍ୱିଣ୍ଟିଲ୍ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ ୨.୧ ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖୁଦୃଶିଆ ଲାଭ ପାଇବେ ବୋଲି ଆଶା ରଖୁଛନ୍ତି । କେଦାରଗୌରୀ ଏସଏଚଜିର ସଭାପତି ଶ୍ରୀମତୀ କମଳି ଭୋଇ କୁହନ୍ତି , “ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ମାଛଚାଷ କେବଳ ଜୀବିକା ନୁହେଁ । ଏହା ଆମକୁ ସାମାଜିକ ପରିଚୟ , ପ୍ରତିଷ୍ଠା ଏବଂ ଆତ୍ମବିଶ୍ଵାସ ଆଣିଦେଇଛି । ଓଡ଼ିଶାର ମହିଳାମାନଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିବାରୁ ମିଶନ ଶକ୍ତି ନିକଟରେ ଆମେ କୃତଜ୍ଞ” ।

ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନ ଶକ୍ତି ମହିଳା ଏସଏଚଜିମାନଙ୍କ ଦ୍ଵାରା ମାଛଚାଷ ମହିଳାମାନଙ୍କ ସଶକ୍ତିକରଣ ସହିତ ରୂପାନ୍ତରିତ ଓଡ଼ିଶାର ଭିଭିସ୍ତମ୍ବକୁ ସୁଦୃଢ଼ କରିପାରିଛି । ନିଜ ପରିବାର , ଗୋଷ୍ଠୀ ଏବଂ ରାଜ୍ୟର ବିକାଶରେ ମହିଳାମାନଙ୍କ ସହଭାଗିତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ମହିଳାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମକୁ ସର୍ବାଧୂକ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି ।

ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ମାଧମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସହ ଆର୍ଥକ ଏବଂ ବଜାର ସହାୟତା ଯୋଗାଇଦେବା ନିମନ୍ତେ ମିଶନ ଶକ୍ତି ନିରନ୍ତର ପ୍ରୋତ୍ସାହିତ କରିଆସୁଛି । ବର୍ତ୍ତମାନ ରାଜ୍ୟରେ ୬ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସଦସ୍ୟ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଦ୍ଵାରା ୨୯ ମଇ , ୨୦୧୯ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ସେବା ପ୍ରଦାନ ତଥା ସରକାରୀ ବିଭାଗଗୁଡ଼ିକର ସାମଗ୍ରୀ ସଂଗ୍ରହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସଏଚଜିମାନଙ୍କୁ ନିୟୋଜିତ କରିବା ନିମନ୍ତେ ନିଷ୍ପରି ଗ୍ରହଣ କରାଯାଇଛି । ଏହା ଦ୍ୱାରା ବିଭିନ୍ନ ବିଭାଗ ସହ ସଂଯୋଜନାରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ସାମିଲ କରି ଅତିରିକ୍ତ ଏବଂ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଏହି ନିଷ୍ପିରି ଫଳରେ ପ୍ରତି ବର୍ଷ ଏସଏଚଜିମାନଙ୍କୁ ପ୍ରାୟ ୧ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦିଆଯିବାର ନିଷ୍ପରି ହୋଇଛି । ମସ୍ୟ ନିର୍ଦ୍ଦେଶାଳୟର ସହଯୋଗରେ ଗ୍ରାମପଞ୍ଚାୟତ ପୋଖରୀରେ ଏସଏଚଜିମାନଙ୍କ ଦ୍ଵାରା ମାଛଚାଷ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି । ଆନୁଷଙ୍ଗିକ କୃଷି ଭାବେ ମାଛଚାଷ ଏକ ସଫଳ କାର୍ଯ୍ୟକ୍ରମ ଯାହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଲୋକମାନଙ୍କୁ ପୁଷ୍ଟିସାଧନ ସୁରକ୍ଷା ସହିତ ପ୍ରୋଟିନ୍ , ଭିଟାମିନ୍ , ଖଣିଜ ଲବଣ ଆଦିର ଅତିରିକ୍ତ ପୁଷ୍ଟି ମିଳିପାରୁଛି । ରାଜ୍ୟରେ ଗ୍ରାମପଞ୍ଚାୟତଗୁଡ଼ିକ ଦ୍ଵାରା ପ୍ରାୟ ୫୧ ହଜ୍ଜାର ହେକ୍ଟର ପରିମିତ ଜଳଉତ୍ସରେ ୬୪ ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଅଛି । ଏହି ପୋଖରୀଗୁଡ଼ିକୁ ପଞ୍ଚାୟତର ରାଜସ୍ବ ବୃଦ୍ଧି ପାଇଁ ବାର୍ଷିକ ଲିଜ୍ ଆକାରରେ ମାଛଚାଷ ପାଇଁ ଦିଆଯାଉଅଛି । ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସହଭାଗିତାରେ ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପଞ୍ଚାୟତ ପୋଖରୀରେ ମାଛ ଚାଷ ‘ ନାମକ ଏକ ମହତ୍ତୀକାଂକ୍ଷୀ ଯୋଜନା ଆରମ୍ଭ କରିଅଛନ୍ତି ।

ଏହି ଯୋଜନାରେ ମିଶନ ଶକ୍ତି ଏସଏଚଜିମାନଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦୀ ସୂତ୍ରରେ ଅଗ୍ରାଧକାର ଭିଭିରେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଲିଜ୍ ଆକାରରେ ପ୍ରଦାନ କରାଯାଉଅଛି । ଲିଜ୍ ଚୂଡ଼ାନ୍ତ ହେବା ପରେ ପ୍ରତ୍ୟେକ ଏସଏଚଜି ଲିଜ୍ ମୂଲ୍ୟ ବାବଦକୁ ପ୍ରତି ବର୍ଷ ଏକର ପିଛି । ୨୦୦୦ ଟଙ୍କା ଜମା କରୁଅଛନ୍ତି । ପ୍ରତ୍ୟେକ ମାସରେ ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ ମତ୍ସ୍ୟ ଅଧୁକାରୀମାନେ ମହିଳା ଗୋଷ୍ଠୀମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ହେକ୍ଟର ପିଛା ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଅଛି ଯାହାକି ମାଛ ଉତ୍ପାଦନ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥ ଅଟେ । ଯୋଜନାର ସଫଳ ରୂପାୟନ ପାଇଁ ମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ୩୦ଟି ଜିଲ୍ଲାରେ ଟ୍ରେନରମାନଙ୍କ ପାଇଁ ଟ୍ରେନି କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ ୧୨୯୬ ଜଣ ଏସଏଚଜି ସଦସ୍ୟଙ୍କୁ ମାଷ୍ଟର ଟ୍ରେନର ଭାବେ ଚୟନ କରାଯାଇଛି , ଯେଉଁମାନେ କି ମାଛଚାଷରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକରେ ତାଲିମ ପ୍ରଦାନ କରୁଛନ୍ତି । ପୋଖରୀ ପ୍ରସ୍ତୁତି , ମାଛ ବିହନ ବୟନ , ପରିବହନ ଏବଂ ଯୌଳ ଛାଡ଼ିବା , ମାଛ ଖାଦ୍ୟ ପରିଚାଳନା , ଜଳର ମାନ ପରିଚାଳନା , ମାଛର ସ୍ଵାସ୍ଥ୍ୟ ବୃଦ୍ଧି , ଅମଳ , ଅମଳ ପରିବର୍ତ୍ତୀ ପରିଚାଳନା ଏବଂ ବ୍ୟବସାୟ ସଂପର୍କରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୦୧୮ – ୧୯ ଏବଂ ୨୦୧୯ – ୨୦ ଆର୍ଥିକ ବର୍ଷରେ ୩୫୭୯.୪୨ ହେକ୍ଟର ପରିମିତ ୪୪୦ ୧ଟି ପଞ୍ଚ।ୟତ ପୋଖରୀକୁ ମିଶନ ଶକ୍ତି ମହିଳା ଗୋଷ୍ଠୀମାନଙ୍କୁ ମାଛଚାଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି । ୪୦୩୮ଟି ପଞ୍ଚାୟତ ପୋଖରୀରେ ଏ ପର୍ଯ୍ୟନ୍ତ ପ୍ରାୟ ୮୩ କୋଟି ଟଙ୍କାର ମାଛ ଉତ୍ପାଦନ ହୋଇଛି । ନିଜ ଘରପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍ ସଫଳ ହେବା ସହ ରାଜ୍ୟର ମହିଳା ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତ କରିପାରିଛି । ୨୦୧୯ – ୨୦ ଆର୍ଥିକ ବର୍ଷରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ୨୩୪୪ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇପାରିଛନ୍ତି । ଲକଡାଇନ୍ ସମୟରେ ୪୩୫୫ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରାୟ ୨୧ ହଜାର କ୍ୱିଣ୍ଟିଲ୍ ମାଛ । ଉତ୍ପାଦନ କରିଛନ୍ତି ଯାହାର ବଜାର ମୂଲ୍ୟ ୩୦.୨ କୋଟି ଟଙ୍କା ଏବଂ ଏଥିରୁ ସେମାନେ ୧୫.୧ କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି ।

ଉଭୟ ସହର ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ପନ୍ଥା ଅବଲମ୍ବନ କରି ଆତ୍ମନିର୍ଭରଶୀଳ ହେବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ମାଧମ ଗଠନମୂଳକ ସମାଜ ପ୍ରତିଷ୍ଠା ଦିଗରେ ମିଶନ ଶକ୍ତି ଇତି ମଧ୍ୟରେ ଦୀର୍ଘପଥ ଅତିକ୍ରମ କରିଛି । ବାତାବରଣ , ସୁହାଇବା ପରି ଯୋଜନା ପ୍ରସ୍ତୁତି ଏବଂ ପ୍ରଶାସନିକ ସହାୟତା ମାଧ୍ୟମରେ ମହିଳା । ଦିଗରେ ଓଡ଼ିଶା ଏକ ନୂତନ ଶିଖର ଛୁଇଁବାକୁ ଯାଉଛି ।

Comments are closed.