ନିଷ୍ପତ୍ତି ବଦଳାଇଲା କେନ୍ଦ୍ର, ଅନ୍ତର୍ଜାତୀୟ ବିମାନ ଚଳାଚଳ ଡିସେମ୍ବର ୩୧ ଯାଏ ବାତିଲ

ନୂଆଦିଲ୍ଲୀ – ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣାକୁ କେନ୍ଦ୍ର ସରକାର ଡିସେମ୍ବର ୩୧ ଯାଏଁ ବଢ଼ାଇ ଦେଇଛନ୍ତି । ଗତକାଲି ଡିସେମ୍ବର ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିବ ବୋଲି କୁହାଯାଇଥିଲା । ହେଲେ ଦେଶରେ କରୋନା ସଙ୍କଟ ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ବଦଳାଇଛନ୍ତି ।

ଡିସେମ୍ବର ୩୧ ଯାଏ ଅନ୍ତର୍ଜାତୀୟ ବିମାନସେବା ବାତିଲ କରାଯାଇଛି । ତେବେ ‘ବନ୍ଦେ ଭାରତ’ ମିଶନ ଅଧୀନରେ ସ୍ୱତନ୍ତ୍ର ବିମାନ ସେବା ଜାରି ରହିବ । କରୋନା ଯୋଗୁଁ ମାର୍ଚ୍ଚ ୨୩ରୁ ଦେଶରେ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଚଳାଚଳ ବନ୍ଦ ରହିଥିଲା । ତେବେ ମେ ୨୫ରୁ ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇଥିଲା ।

ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବା ସତ୍ତ୍ୱେ ‘ବନ୍ଦେ ଭାରତ’ ମିଶନ ଅଧୀନରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ସ୍ୱତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ‘ବନ୍ଦେ ଭାରତ’ ମିଶନ ଜରିଆରେ ଏଯାବତ୍ ବିଦେଶରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣାଗଲାଣି ।

Comments are closed.