ଭାରତର ଆପ୍ ବ୍ୟାନ୍ ନିଷ୍ପତ୍ତିକୁ ଚୀନର ବିରୋଧ, କହିଲା ଡବ୍ଲ୍ୟୁଟିଓ ନିୟମର ଉଲ୍ଲଂଘନ

ନୂଆଦିଲ୍ଲୀ –ଭାରତରେ ଚାଇନିଜ୍ ଆପ୍ ବ୍ୟାନ୍ ନିଷ୍ପତ୍ତିକୁ ଚୀନ୍ ଦୃଢ଼ ବିରୋଧ କରିଛି । ଭାରତର ଏହି ପଦକ୍ଷେପ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିୟମର ଉଲ୍ଳଂଘନ ବୋଲି କହିଛି ଚୀନ୍ । ଭାରତ ସରକାର ମଙ୍ଗଳବାର ଆଉ ୪୩ ମୋବାଇଲ୍ ଆପର ବ୍ୟବହାରକୁ ନିଷିଦ୍ଧ କରିଥିଲେ । ଏହିସବୁ ଭାରତର ସୁରକ୍ଷା, ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ବୋଲି ସରକାର କହିଥିଲେ । ଏଥରକୁ ମିଶାଇ ଭାରତ ସରକାର ତିନିଥର ଚୀନ୍ ନିର୍ମିତ ଆପ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତର ଏହି ଡିଜିଟାଲ ଆକ୍ରମଣର ପ୍ରତିକ୍ରିୟା ରଖିଛି ଚୀନ୍ । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିୟାନ୍ କହିଛନ୍ତି ଯେ, ଜୁଲାଇରୁ ଏ ଯାଏଁ ଭାରତ ସୁରକ୍ଷା ଆଳ ଦେଖାଇ ତିନି ଥର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଏଭଳି ପଦକ୍ଷେପ ଡବ୍ଲୁଟିଓ ନିୟମର ଉଲ୍ଲଂଘନ । ଏହାଦ୍ୱାର ଚାଇନିଜ୍ କମ୍ପାନୀ ଓ ସେମାନଙ୍କ ବ୍ୟାବସାୟିକ ସ୍ୱାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ଚୀନ୍ ଏଭଳି ପଦକ୍ଷେପକୁ ବିରୋଧ କରୁଛି ।

ଭାରତ ସରକାର ସୂଚନା ଓ ପ୍ରଯୁକ୍ତି ଆଇନ ୬୯(ଏ)ଅନୁସାରେ ମଙ୍ଗଳବାର ସ୍ନାକ ଭିଡିଓ ସମେତ ୪୩ ମୋବାଇଲ ଆପକୁ ବ୍ୟାନ୍ କରିଥିଲେ । ଏହା ପୂର୍ବରୁ ଜୁନ୍ ୨୯ରେ ଟିକଟକ ସହ ୫୯ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପୁଣି ସେପ୍ଟେମ୍ବର ୨ରେ ସହ ସମେତ ଆଉ ୧୧୮ ଆପକୁ ସରକାର ବ୍ଲକ୍ କରିଥିଲେ ।

Comments are closed.