ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପାକିସ୍ତାନ ଦଳର ୬ ଖେଳାଳି କରୋନା ପଜିଟିଭ୍

ୱେଲିଂଟନ – ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନ କ୍ରିକେଟ୍ ଦଳର ୬ ଜଣ ଖେଳାଳି କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଏହା ଜଣାପଡିବା ପରେ ପାକିସ୍ତାନ ଦଳର ଅଭ୍ୟାସ ବର୍ତ୍ତମାନ ପାଇଁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । କରୋନା ଆକ୍ରାନ୍ତ ଖେଳାଳିଙ୍କୁ ଏକ କ୍ୱାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନ ଦଳର ଅନ୍ୟ ସଦସ୍ୟଙ୍କ ସ୍କ୍ରିିନିଂ ଓ ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଦଳର ଅଭ୍ୟାସ ଉପରେ କଟକଣା ଲଗାଯାଇଛି । ନ୍ୟୁଜିଲାଣ୍ଡରେ ପହଞ୍ôଚବା ପରେ ପାକିସ୍ତାନ ଟିମ୍ କ୍ୱାରେଣ୍ଟାଇନରେ ରହିଥିଲା ।

କ୍ୱାରେଣ୍ଟାଇନରେ ଦଳକୁ ଅଭ୍ୟାସ କରିବାକୁ ବି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଥିଲା । ନ୍ୟୁଜିଲାଣ୍ଡ ସରକାର ଦେଶରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି । ତେବେ ପାକିିସ୍ତାନ ଦଳରେ କରୋନା ଆକ୍ରାନ୍ତ ଖେଳାଳିଙ୍କ ଚିହ୍ନଟ ପରେ ନ୍ୟୁଜିଲାଣ୍ଡ ସରକାରର ଚିନ୍ତା ବଢିଯାଇଛି । ନ୍ୟୁଜିଲାଣ୍ଡ ପାଇଁ ଫ୍ଲାଇଟ୍ ଧରିବା ପୂର୍ବରୁ ଲାହୋରରେ ପାକିସ୍ତାନ ଦଳର ୫୩ ସଦସ୍ୟଙ୍କ ସ୍କ୍ରିନିଂ ହୋଇଥିଲା ।
ସେତେବେଳେ ସମସ୍ତେ ଠିକ୍ଠାକ୍ ଥିଲେ । ଖ୍ରାଏଷ୍ଟଚର୍ଚ୍ଚରେ ପହଞ୍ଚବା ପରେ ପୁଣି ପାକିସ୍ତାନ ଦଳର କୋଭିଡ୍ ଟେଷ୍ଟ ହୋଇଥିଲା ବେଳେ ୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବ ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.