ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ଶହୀଦ

ଶ୍ରୀନଗର – ଶ୍ରୀନଗରରେ ସୁରକ୍ଷାବାହିନୀ ଉପରେ ଆତଙ୍କୀ ହମଲା ହୋଇଛି । ସହର ଉପକଣ୍ଠ ଏଚଏମଟି ଅଞ୍ଚଳରେ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଛନ୍ତି । ଏଥିରେ ଦୁଇଜଣ ଯବାନ ଶହୀଦ ହୋଇଛନ୍ତି । ଆଉ ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏଚଏମଟି ଅଞ୍ଚଳରେ ସୁରକ୍ଷା ବାହିନୀର ଏକ ଦଳ ପାଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦୀ ମାନେ ଏକ କାରରେ ଆସି ଆଖିବୁଜା ଗୁଳି ଚଲାଇଥିଲେ । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଚାରିଆଡୁ ସିଲ୍ କରି ଆକ୍ରମଣକାରୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ ଜାରି ରଖିଛି । ନିକଟରେ ସୁରକ୍ଷାବାହିନୀ ଏକ ବଡ଼ ଧରଣର ଆତଙ୍କୀ ଯୋଜନା ପଣ୍ଡ କରିଥିଲା ।

ନାଗ୍ରୋଟାରେ ସେନାରେ ଅପରେସନରେ ଚାରି ଜୈସ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ଏକ-୪୭ ରାଇଫଲ୍, ଗ୍ରେନେଡ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା ।

Comments are closed.