ଅଭୟକାନ୍ତଙ୍କ ଅୟସ : ଦ୍ୱିତୀୟ ଦିନ ଚଢାଉ ପରେ ଭିଜିଲାନ୍ସର ସୂଚନା, ମିଳିଛି ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା, ପୁଅ ନାଁରେ ୯ ଦଶମିକ ୪କୋଟି ଟଙ୍କାର ବ୍ୟାଙ୍କ ଜମା

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ ପରେ ଜବତ ସଂପତି ସଂପର୍କରେ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ ଅଭୟଙ୍କଠାରୁ ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା ମିଳିଛି । ୨୩ ଲକ୍ଷ ଟଙ୍କାର ସୁନାକିଣା ରସିଦ ମଧ୍ୟ ଜବତ ହୋଇଛି । ପୁଅ ନାଁରେ ୯ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ସୂଚନା ମିଳିଛି । କେବଳ ଭୁବନେଶ୍ୱରର ବିଭିନ୍ନ ବ୍ୟାଙ୍କରେ ଅଛି ୮ କୋଟି ୪୦ ଲକ୍ଷ ଟଙ୍କା । ଦାମୀ କାର୍ ଓ ଫାର୍ମହାଉସ ଭଡା ବାବଦରେ ଅଭୟକାନ୍ତ କୋଟିଏ ଟଙ୍କା ଦେଇଥିବା ପ୍ରମାଣ ମିଳିଛି । ସେ ୫ଟି ଦେଶ ଗସ୍ତ କରିଥିଲେ । ଚାଟାର୍ଡ ବିମାନ ଖର୍ଚ୍ଚ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଭୟକାନ୍ତଙ୍କ କଳା କାରନାମାର ତନଖି ପାଇଁ ସାଇବର ସେଲ ନିୟୋଜିତ ହୋଇଛି । ବ୍ୟାଙ୍କ ଅଫିସର,ଚାର୍ଟାର୍ଡ ଆକାଉଂଟାଟ୍ ମଧ୍ୟ ଯାଂଚରେ ନିୟୋଜିତ ଅଛନ୍ତି । ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ।

ଏଣେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକକୁ ଭୁବନେଶ୍ୱର ଆଣିଛି ଭିଜିଲାନ୍ସ ଟିମ୍ । ମୁମ୍ବାଇରୁ ହାଇଦ୍ରାବାଦ ଦେଇ ଭୁବନେଶ୍ୱର ଅଣାଯାଇଛି । ସଂପତି ନେଇ ଅଧିକ ପଚରାଉଚରା କରିବ ଭିଜିଲାନ୍ସ ।

Comments are closed.