ସମଲେଇ ମନ୍ଦିରରେ ଲାଇଟ୍ ଓ ସାଉଣ୍ଡ ସୋ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ

ଜାନୁଆରୀ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ଲକ୍ଷ୍ୟ

ହିନ୍ଦୀ , ଓଡିଆ ଏବଂ ଇଂରାଜିରେ ଚାଲିବ ସୋ

ସମ୍ବଲପୁର: ସମ୍ବଲପୁରର ପର୍ଯ୍ୟଟନ ଶିଜକୁ ଏକ ନୂଆଁ ଦିଗ ମିଳିବାକୁ ଯାଉଛି । ଗୋଟିଏ ପଟେ ହୀରାକୁଦ ଜଳଭଣ୍ଡାର କୂଳରେ ଇକୋ ରିଛିଟ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏପଟେ ଆରାଧ୍ୟ ଦେବୀ ର୍ମା ସମଲେଶ୍ବରୀଙ୍କ ମନ୍ଦିରରେ ବହୁ ପ୍ରତୀକ୍ଷିତ ଲାଇଟ୍ ଓ ସାଉଣ୍ଡ ସୋ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଲକ୍ ତାଇନ୍ ପାଇଁ ଏହାର ନିର୍ମାଣ କାମ ଆରମ୍ଭ ହୋଇପାରିନଥିଲା । ହେଲେ ପ୍ରାୟ ବର୍ଷକର ବିଳମ୍ଭ ପରେ ଆଜିଠାରୁ ଏହାର କାମ ଆରମ୍ଭ ହୋଇଛି । ଆଉ ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ସେପଟେ , ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ସୋ କୁ ହିନ୍ଦୀ , ଇଂରାଜି ଏବଂ ଓଡିଆ ଭାଷାରେ ପ୍ରବଷିତ କରିବାକୁ ସ୍ଥିର ହୋଇଥିବା ନେଇ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ପ୍ରାୟ ୨ ବର୍ଷ ତଳୁ ସମଲେଶ୍ବରୀ ମନ୍ଦିରରେ କୋଣାର୍କ ଏବଂ ଧଉଳି ପରି ଶବ୍ଦ ଓ ଆଲୋକ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକଳ ସଂକ୍ରାନ୍ତରେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ସାଜେ ୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା । ଏଥିରେ ମନ୍ଦିର ତଥା ସମ୍ବଲପୁରର ଗାରିମାମୟ ଇତିହାସ , ସାଂସ୍କୃତିକ ବିଭବ , ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ପଶ୍ଚିମ ଓଡିଶାର ସଂସ୍କୃତିକ ଚିତ୍ରପଟକୁ ପ୍ରଦର୍ଶିତ କରିବାକୁ ଯୋଜନା ହୋଇଛି ।

ପୂର୍ବ ଯୋଜନା ଅନୁଯାୟୀ , ସମ୍ବଲପୁରର ଆଖପାଖର ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ କରିବାକୁ ଯୋଜନା ହୋଇଥିଲା । ଦିନତମାମ ପର୍ଯ୍ୟଟକ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବା ପରେ ସନ୍ଧ୍ୟାରେ ମୁଁ ସମଲେଶ୍ବରୀଙ୍କ ଆଳତୀରେ ସାମିଲ ହେବା ସହ ପ୍ରସ୍ତାବିତ ଶବ୍ଦ ଓ ଆଲୋକ ସୋକୁ ଉପଭୋଗ କରିବେ ବୋଲି ଚିନ୍ତା କରାଯାଇଥିଲା । ପ୍ରତିଦିନ ପ୍ରାୟ ଅଧଘଣ୍ଟାର ଏହି ସୋରେ ଦର୍ଶକଙ୍କୁ ଏହି ଅଞ୍ଚଳ ପ୍ରତି ଅବଗତ କରିବା ସହିତ ଭରପୁର ମନୋରଞ୍ଜନ କରିବା ହେଉଛି ଏହାର ଅସଲ ଉଦ୍ଦେଶ୍ୟ ।

ହେଲେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପର ଭିତ୍ତିଭୂମି କାମ ଆରମ୍ଭ ହୋଇପାରିନଥିଲା । ବର୍ଷକ ତଳୁ ଏହାର ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ବେଳେ ଦିଲ୍ଲୀର ଟ୍ରାଇକଲର ଇଣ୍ଡିଆ ନାମକ ଏକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ପାଇଛି । ତେବେ , ଗତ ମାର୍ଚ୍ଚ ମାସରେ ସଂସ୍ଥା ପକ୍ଷରୁ ଏହାର ନିର୍ମାଣ ପାଇଁ କିଛି ସାମଗ୍ରୀ ଆସି ମନ୍ଦିର ପରିସରକୁ ପହଞ୍ଚିଥିଲା । ହେଲେ ଲଡାଉନ୍ ଲାଗୁ ହେବାରୁ କାମ ଆରମ୍ଭ ହୋଇପାରିନଥିଲା । ତେବେ , ପ୍ରାୟ ବର୍ଷକର ବିଳମ୍ଭ ପରେ ଏହାର ନିର୍ମାଣ କାମ ଆଜିଠାରୁ ପୁଣି ଆରମ୍ଭ ହୋଇଛି । ଏଥିରେ ଉକ୍ତ ସୋ ର ପରିଚାଳନା ପାଇଁ ଏକ ନିୟନ୍ତ୍ରଣ କକ୍ଷ , ନିୟନ୍ତ୍ରଣ କକ୍ଷରୁ ସମଲେଶ୍ବରୀ ମନ୍ଦିର ଏବଂ ହାତୀଦ୍ଵାର ପର୍ଯ୍ୟନ୍ତ ଭୂତଳ କେବୁଲ ବିଛା କାମ ସାଙ୍ଗକୁ ମନ୍ଦିର ପରିସରରେ ଲାଗିବାକୁ ଥିବା ପ୍ରାୟ ୩ରୁ ୪ଟି ପ୍ରୋଜେକ୍ଟର ସ୍କ୍ରିନ୍ ପାଇଁ କଂକ୍ରିଟ୍ ବେସମେଣ୍ଟ ଆଦି ନିର୍ମାଣ କାମ ହେବ ।

ସେହିପରି ଠିକା ସଂସ୍ଥାର ଅଧିକାରୀଙ୍କୁ ଜିଲ୍ଲାପାଳ ଶୁଭମ ସତ୍ତ୍ଵେନା ଗତକାଲି ଡାକି ତୁରନ୍ତ ନିର୍ମାଣ ସାରିବାକୁ ତାଗିଦ୍ କରିଥିବା ଜଣାପଡିଛି । ସେହିପରି ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ବାବୁ ପ୍ରକାଶ କରିଛନ୍ତି । ସେପଟେ , ଦୀର୍ଘ ଦିନର ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ସୋ କୁ ହିନ୍ଦୀ , ଇଂରାଜି ଓ ଓଡ଼ିଆ ଆଦି ୩ଟି ଭାଷାରେ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ସେପଟେ , ଦୀର୍ଘ ଦିନରୁ ଚାଲିଥିବା ଏହାର ସ୍କ୍ରିପ୍ଟ କାମ ବି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ଭଏସ୍ ଓଭର ବା କଣ୍ଠରି ଖ୍ୟାତନାମା ଭଏସ୍ ଓଭର୍ ଆର୍ଟିଷ୍ଟଙ୍କ ଦ୍ବାରା ରେକର୍ଡ ପାଇଁ ବ୍ୟବସ୍ଥା ଚାଲିଥିବା ଜଣାପଡ଼ିଛି ।

Comments are closed.