ପୁଣି ବଢିଲା ଡିଜେଲ,ପେଟ୍ରୋଲ ଦର

ନୂଆଦିଲ୍ଲୀ – ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି । ପଟ୍ରୋଲ ଦର ଲିଟର ପିଛା ୨୪ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦର ୨୭ ପଇସା ବଢିଛି । ନଭେମ୍ବର ୨୦ରୁ ନବମ ଥର ପାଇଁ ତେଲଦର ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ଏବେ ୮୨ ଟଙ୍କା ଟପିଥିବାବେଳେ ଡିଜେଲ ଲିଟର ପିଛା ୭୨ ଟଙ୍କା ଅତ୍ରିକମ କରିଛି । କରୋନା ଟିକା ନେଇ ଆଶା ବଢିବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାରରେ ପଡିଛି । ପ୍ରାୟ ଦୁଇ ସପ୍ତାହର ବ୍ୟବଧାନ ପରେ ନଭେମ୍ବର ୨୦ରୁ ବର୍ତ୍ତମାନ ସୁଦ୍ଧା ନବମ ଥର ପାଇଁ ତୈଳ କମ୍ପାନୀମାନେ ତେଲଦର ବଢାଇଛନ୍ତି । ଗତ ୯ ଦିନରେ ପେଟ୍ରୋଲ ଲିଟର ପିଛା ୧ଟଙ୍କା ୦୭ ପଇସା ଏବଂ ଡିଜେଲ ୧ଟଙ୍କା ୬୭ ପଇସା ବଢିଛି । ସେପ୍ଟେମ୍ବର ୨୨ରୁ ପଟ୍ରୋଲ ଦର ସ୍ଥିର ଥିଲା । ସେହିପରି ଅକ୍ଟୋବର ୨ ପରଠୁ ଡିଜେଲ ଦର ବି ଅପରିବର୍ତ୍ତିତ ରହିଥିଲା ।

Comments are closed.