ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବ୍ରହ୍ମପୁର ଏସପିଙ୍କଠାରେ ଫେରାଦ ହେଲା ଗଞ୍ଜାମ ଜିଲ୍ଲା ବିଜେପି

ବ୍ରହ୍ମପୁର – ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବ୍ରହ୍ମପୁର ଏସପିଙ୍କଠାରେ ଫେରାଦ ହୋଇଛନ୍ତି ।ଠକେଇ ମାମଲାରେ ଏତଲା ଦେଇଛି ବିଜେପି ।

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କ ନେତୃତ୍ୱରେ ଏସପିଙ୍କୁ ବିଜେପିର ଏକ ପ୍ରତିନିଧ ଦଳ ଭେଟିଛନ୍ତି । ଭାବୀ ଜ୍ୱାଇଁ ଆକାଶଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଶହ ଶହ ଯୁବକଙ୍କୁ ଠକିଥିବା ଅଭିଯୋଗ କରିଛି ବିଜେପି । ୬୮ ଜଣ ଯୁବକଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ଆକାଶଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଛି । ପ୍ରଦୀପଙ୍କ ଭାଇ ଦିଲୀପ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି ।

ମଦ ମାଫିଆ ସୂର୍ଯ୍ୟ ସାହୁଙ୍କ ସହ ସେମାନଙ୍କ ସଂପର୍କ ରହିଥିବା ଅଭିଯୋଗ କରିଛି ବିଜେପି । ପାଠକ ବାପା -ପୁଅ ଗିରଫ ପରେ ପାଟି ନ ଖୋଲିବାକୁ ପ୍ରୀଦପ ପ୍ରତାରଣାର ଶୀକାର ଯୁବକମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛି ବିଜେପି ।

Comments are closed.