ଆଜିଠାରୁ ସବୁ ରୁଟରେ ଆରମ୍ଭ ହେଲା ମୋ ବସ୍ ସେବା

ଭୁବନେଶ୍ୱର-ଆଜିଠାରୁ ସବୁ ରୁଟରେ ପୁଣି ଆରମ୍ଭ ହୋଇଛି ମୋ ବସ୍ ସେବା । କୋଭିଡ କଟକଣା ପାଳନ ସହ ଭୁବନେଶ୍ୱର,କଟକ ଓ ପୁରୀରେ ଗଡିଛି ମୋ ବସ୍ । କୋରୋନା କଟକଣା ଯୋଗୁଁ ରାଜ୍ୟରେ ଏହି ସେବା ବନ୍ଦ ଥିଲା । ଲକଡାଉନ ଆରମ୍ଭରୁ ମୋ ବସ୍ ଉପରେ କଟକଣା ଲାଗିଥିଲା ।

ଅନଲକ୍ ପର୍ଯ୍ୟାୟରେ ମୋ ବସ୍ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଥିଲା । କୋରୋନା ପାଇଁ କେବଳ ୭ଟି ରୁଟରେ ମୋ ବସ୍ ସେବା ଯୋଗାଇବା ପାଇଁ ଅନୁମତି ଥିଲା । ପରେ ଏହା ୮ଟି ରୁଟ୍ ଓ ନଭେମ୍ବର ୧୭ରେ ୧୦୯ଟି ମୋ ବସ୍‌କୁ ଚଳାଚଳ ପାଇଁ ଅନୁମତି ମିଳିଥିଲା । ଆଜିଠାରୁ ସମସ୍ତ ୨୨ଟି ରୁଟରେ ୧୪୪ଟି ମୋ ବସ୍ ଚାଲିଛି ।

Comments are closed.