୧୨ ହଜାର ଦିନିକିଆ ରନ୍ ପୂରଣ କରିବାରେ କୋହଲୀ ଦ୍ରୁତତମ ବ୍ୟାଟସମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ | News Room Odisha

୧୨ ହଜାର ଦିନିକିଆ ରନ୍ ପୂରଣ କରିବାରେ କୋହଲୀ ଦ୍ରୁତତମ ବ୍ୟାଟସମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

କାନବେରା- ଦିନିକିଆ ଆନ୍ତର୍ଜାତିକୀରେ ଦ୍ରୁତତମ ବ୍ୟାଟସମ୍ୟାନ ଭାବେ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲୀ ୧୨ ହଜାର ରନ ପୂରଣ କରିଛନ୍ତି । କାନବେରାଠାରେ ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ସେ ୨୩ ରନ୍‌ରେ ପଂହଚିବା ପରେ ଏହି ରେକର୍ଡ ହାସଲ କରିଥିଲେ କୋହଲୀ । ମାତ୍ର ୨୪୨ଟି ଇନିଂସରୁ କୋହଲୀ ୧୨ ହଜାର ରନ୍ ପୂରଣ କରିଛନ୍ତି । ଏହି ମ୍ୟାଚରେ କୋହଲୀ ୬୩ ରନ୍ କରି ଆଉଟ୍ ହୋଇଥିଲେ ।

ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଏହି ରେକର୍ଡ ଥିଲା । ତେନ୍ଦୁଲକର ୩ ଶହ ଇନିଂସରୁ ୧୨ ହଜାର ରନ ପୂରଣ କରିଥିଲେ