ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି ? | News Room Odisha

ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି ?

ଭୁବନେଶ୍ୱର- ରାଜ୍ୟରେ ଚଳିତ ଅବଧି ଆସନ୍ତା ଜୁନ୍ ୧ ତାରିଖରେ ଶେଷ ହେଉଥିବା ବେଳେ ଏହା ଆଉ ବୃଦ୍ଧି ହେବ ନା ନାହିଁ , ତାହା ଆଜି ସଂଧ୍ୟାରେ ସ୍ପଷ୍ଟ ହୋଇଯିବ । ମୁଖ୍ୟ ଶାସନ ସଚିବ ସଂଧ୍ୟା ସାଢେ ୬ଟାରେ ଲକଡାଉନ ସଂପର୍କିତ ଘୋଷଣା କରିବେ ।

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସରକାର ଏବେ କୌଣସି ସୁଯୋଗ ଛାଡିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ମନେ କରାଯାଉଛି । ହେଲେ ଲକଡାଉନ ଯୋଗୁଁ ଜୀବିକା ପ୍ରଭାବିତ ହେଉଛି ବୋଲି ମଧ୍ୟ କୁହାଯାଉଛି । ତେଣୁ ସରକାର କେଉଁ ଶୈଳୀରେ ଲକଡାଉନ୍ ବୃଦ୍ଧି କରିବେ , ସେ ନେଇ ରାଜ୍ୟବାସୀଙ୍କ ନଜର ରହିଛି । ହୁଏ ତ ସଂକ୍ରମଣ କମିଥିବା ଜିଲ୍ଲାଗୁଡିକରେ କଟକଣା କିଛିଟା କୋହଳ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

COVID-19Odisha