ଶୀତ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା

ଭୁବନେଶ୍ୱର – ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା।

ଶୀତ ଅଧିବେଶନ କାଳରେ ସୁରକ୍ଷା ପାଇଁ ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ରହିବେ । ୫ ଜଣ ଅତିରିକ୍ତ ଡିସିପି, ୧୧ ଡିଏସପି/ଏସିପି ,୧୩ ଆଇଆଇଆସି ଓ ୬୨ ଏସଆଇ ଓ ଏଏସ୍‌ଆଇ ସୁରକ୍ଷା ଦ୍ଵାୟିତ୍ୱରେ ରହିବେ।

ରାଲି , ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୂପ ଟଫ୍ ସିକ୍ୟୁରିଟି, ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ ବୋଲି ଜଣାପଡିଛି।

Comments are closed.