ନ୍ୟୁୟର୍କ – ଆମେରିକା ସଂସଦ ଭବନ (କ୍ୟାପିଟଲ ବିଲ୍ଡିଂ)ରେ ହିଂସାକାଣ୍ଡ ପାଇଁ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ସବୁଦିିନ ପାଇଁ ବନ୍ଦ କରିଥିଲା । ତେବେ ଏହି ବଡ଼ ନିଷ୍ପତ୍ତି ପଛରେ ଭାରତୀୟ ବଂଶୋଦ୍ଭବ ବିଜୟା ଗାଡେଙ୍କ ପ୍ରମୁଖ ଭୂମିକା ଥିଲା । ବିଜୟା ହେଉଛନ୍ତି ଟ୍ୱିଟରର ଆଇନ, ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟ । ସେ ଟ୍ୱିଟରର ସବୁ ନୀତି ନିୟମ ସ୍ଥିର କରନ୍ତି । ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପଙ୍କ ସମର୍ଥକମାନେ ଆକ୍ରମଣ କରିବା ପରେ ବିଜୟା ହିଁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହିଂସା ପାଇଁ ଟ୍ରମ୍ପ ଟ୍ୱିଟର ଜରିଆରେ ତାଙ୍କ ସମର୍ଥକ ମାନଙ୍କୁ ଉସକାଉଥିବାରୁ ତାଙ୍କୁ ଟ୍ୱିଟରରୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ ବିଜୟାଙ୍କ ଟିମ୍ ।
ବିଜୟା ଭାରତରେ ଜନ୍ମ ହୋଇଥିଲେ । ତାଙ୍କ ବାପା ମେକ୍ସିକୋରେ ଏକ ରିଫାଇନେରି କେମିକାଲ କମ୍ପାନୀରେ ଇଞ୍ଜିନିୟର ଥିଲେ । ତେଣୁ ବିଜୟାଙ୍କ ପରିବାର ସେଠାକୁ ଚାଲିଯାଇଥିଲେ । ବିଜୟାଙ୍କ ସ୍କୁଲଶିକ୍ଷା ଆମେରିକାର ଟେକ୍ସାସରେ ସରିଥିଲା । ପରେ ସେ ନ୍ୟୁୟର୍କ ଲ’ ସ୍କୁଲରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ବିଜୟା ୨୦୧୧ ପରଠୁ ଟ୍ୱିଟରରେ କାର୍ଯ୍ୟରତ ଅଛନ୍ତି ।
Comments are closed.