ଭାରତରେ ପ୍ରଥମ : କୋରୋନା ପାଇଁ ‘ଟେଷ୍ଟିଂ ଅନ୍ ଡିମାଣ୍ଡ’ , ଗାଇଡଲାଇନ୍ସ ଜାରି କଲା ଆଇସିଏମଆର୍

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ବଢିଚାଲିଥିବା ବେଳେ କୋରୋନା ଯାଂଚ ନୀତିରେ ପୁଣି ଥରେ ପରିବର୍ତନ କରାଯାଇଛି । ଏବେ କୋଭିଡ-୧୯ ପାଇଁ ‘ଟେଷ୍ଟିଂ ଅନ୍ ଡିମାଣ୍ଡ’ ପାଇଁ ଅନୁମତି ଦିଆଯାଇଛି । ଆଇସିଏମଆର୍ କୋଭିଡ-୧୯ ଟେଷ୍ଟିଂ ପାଇଁ ଗାଇଡଲାଇନ୍‌ସ ଜାରି କରିଛି । ଏଥିରେ କୁହାଯାଇଛି ଯେ, ବ୍ୟକ୍ତିଙ୍କ ଦାବି ପରେ ତୁରନ୍ତ ସଂକ୍ରମଣର ଯାଂଚ ପାଇଁ ଅନୁମତି ଦିଆଯାଇଛି. ତେବେ, ରାଜ୍ୟମାନେ ସେମାନଙ୍କ ବିବେକାଧିକାର ଆଧାରରେ ଏଥିରେ ସଂଶୋଧନ କରିପାରିବେ ବୋଲି ଆଇସିଏମଆର୍ ଗାଇଡଲାଇନ୍ସରେ ଉଲ୍ଲେଖ କରାଯାଇଛି । ଦେଶ ବା କୌଣସି ଭାରତୀୟ ରାଜ୍ୟରେ ପ୍ରବେଶ ବେଳେ କୋଭିଡ-୧୯ ନେଗେଟିଭ ରିପୋର୍ଟ ଅନିବାଯ୍ୟ ର୍କରାଯାଇଥିବା ଦୃଷ୍ଟିରୁ ଟେଷ୍ଟିଂ ଅନ୍ ଡିମାଣ୍ଡ୍ ଆଧାରରେ ଯାଂଚ କରିବା ପାଇଁ ପ୍ରସ୍ତାବ ଦେଇଛି ଆଇସିଏମଆର୍ ।

Comments are closed.