ଜୁନିଅର ବିଶ୍ୱକପ୍ ହକି : ଆମେରିକା ବିରୋଧରେ ସ୍ପେନର ରେକର୍ଡ ବିଜୟ

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯାଇଥିବା ତୃତୀୟ ମ୍ୟାଚରେ ସ୍ପେନ୍‌, ଆମେରିକାକୁ ୧୭-୦ ଗୋଲରେ ପରାସ୍ତ କରିଛି । ଏହି ବିଶାଳ ବିଜୟ ସହ ସ୍ପେନ ଜୁନିଅର ବିଶ୍ୱକପ୍ ହକିରେ ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ ଦେବାର ରେତର୍ଡ ସୃଷ୍ଟି କରିଛି ସ୍ପେନ । ସ୍ପେନ ତରଫରୁ ଜି. କ୍ଲେପସ ସର୍ବାଧିକ ୪ଟି ଗୋଲ୍ ଦେଇଥିଲେ । ଆଜି ଖେଳାଯାଇଥିବା ପୂର୍ବର ଅନ୍ୟ ଦୁଇଟି ମ୍ୟାଚ୍ ମଧ୍ୟ ଏକତରଫା ରହିଛି । ପ୍ରଥମ ମ୍ୟାଚରେ ଆର୍ଜେଂଟିନା ଇଜିପ୍ଟକୁ ୧୪-୦ ଗୋଲରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡସ ,ଦକ୍ଷିଣ କୋରିଆକୁ ୧୨-୫ ଗୋଲରେ ହରାଇଛି ।

Comments are closed.