କଟକ ସନ୍ ହସପିଟାଲରେ ଅଗ୍ନିକାଣ୍ଡ, ରୋଗୀ ନିରାପଦ

କଟକ- କଟକ ତୁଳସୀପୁରରେ ଥିବା ସନ ହସପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସପିଟାଲର ଉପର ମହଲାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁଲିଭା କାମରେ ୩ଟି ଦମକଳ ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଛନ୍ତି । ରୋଗୀଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଂଚିଛନ୍ତି ।

Comments are closed.