ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ତେଜିଲା, ୫୦୦ ମୃତ

ଜେରୁଜେଲମ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍ ମଧ୍ୟରେ ଯୁଦ୍ଧ ତେଜିବାରେ ଲାଗିଛି । ହମାସ୍‌ ଆକ୍ରମଣର ବଦଲା ନେଇଛି ଇସ୍ରାଏଲ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପକ୍ଷର ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ଶନିବାର ହମାସର ଅଚାନକ ଆକ୍ରମଣରେ ଇସ୍ରାଏଲରେ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲର‌ ପାଲଟା ଜବାବରେ ଗାଜାରେ ପ୍ରାୟ ୨୫୦ ଲୋକ ପ୍ରାଣ ହରାଇଛନ୍ତି । ହମାସ ମଧ୍ୟ ଅନେକ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିନେଇଛି।

ସେପଟେ ଆମେରିକା ଓ ଭାରତ ସମେତ ଅନେକ ଦେଶ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ହାମାସର ଆକ୍ରମଣ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ଆଠ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି।

Comments are closed.