‘ପରୀକ୍ଷା ଦର୍ପଣ’ ପୁସ୍ତକକୁ ନେଇ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦର୍ପଣ ବହି ବଂଟନ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ଦର୍ପଣ ବହି ପ୍ରକାଶନ ମହତ ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗଣଶିକ୍ଷା ବିଭାଗର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏଥିପାଇଁ ସେ ବିଭାଗକୁ ସାଧୁବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଶିକ୍ଷା ବର୍ଷରେ ଯେଉଁ କ୍ଷତି ହୋଇଛି, ତାହା ଭରଣା କରିବା ସହଜ ନୁହେଁ । ତଥାପି ଛାତ୍ରଛାତ୍ରୀ ଆତ୍ମବିଶ୍ୱାସର ସହ ବୋର୍ଡ ପରୀକ୍ଷା ଦେଇପାରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ସମସ୍ୟାକୁ ଏହି ପୁସ୍ତିକା ଲାଘବ କରବ ବୋଲି ମୁଖ୍ୟମନ୍ତ୍ରୀ କହିବା ହ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି ।

Comments are closed.