ଆଣ୍ଟିଲିଆ ମାମଲା: ସଚିନ ବାଜେଙ୍କ ରିମାଣ୍ଡ ଅବଧି ଏପ୍ରିଲ ୭ ଯାଏଁ ବୃଦ୍ଧି | News Room Odisha

ଆଣ୍ଟିଲିଆ ମାମଲା: ସଚିନ ବାଜେଙ୍କ ରିମାଣ୍ଡ ଅବଧି ଏପ୍ରିଲ ୭ ଯାଏଁ ବୃଦ୍ଧି

ମୁମ୍ବାଇ – ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଣ୍ଟିଲିଆ ମାମଲାରେ ନିଲମ୍ବିତ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ୭ ଏପ୍ରିଲ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି । ଏହା ସହିତ ସଚିନ ବାଜେଙ୍କୁ ଚିକିତ୍ସା ସହାୟତା ଯୋଗାଇବାକୁ କୋର୍ଟ ଏନଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଆଇଏ ୬ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଥିଲେ। ସଚିନ ବାଜେ ମାନସୁଖ ହିରେନ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ।

ଶନିବାର ଦିନ ସଚିନ ବାଜେଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ଆଜି ତାଙ୍କ ଏନଆଇଏ ରିମାଣ୍ଡ ଶେଷ ହୋଇଥିଲା, ଯାହା କୋର୍ଟଙ୍କ ଦ୍ଵାରା ୭ ଏପ୍ରିଲ୍ ଯାଏଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୧୩ରେ ଏନଆଇଏ ସଚିନ ବାଜେଙ୍କୁ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୫ ସୁଦ୍ଧା ଏନ୍ଆଇଏ ହାଜତକୁ ପଠାଇଥିଲେ। ପରେ ତାଙ୍କ ହାଜତ ମିଆଦ ଏପ୍ରିଲ ଯାଏ ବୃଦ୍ଧି କରାଯାଇଥିଲା ଏବଂ ବର୍ତ୍ତମାନ ଏପ୍ରିଲ ୭ ପର୍ଯ୍ୟନ୍ତ ସଚିନ ବାଜେଙ୍କୁ ଏନଆଇଏ ରିମାଣ୍ଡରେ ପଠାଯାଇଛି।