‘ମାଷ୍ଟର ସେଫ୍ ଇଣ୍ଡିଆ’ରେ ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା, ସୋନି ଟିଭିକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାର କ୍ଷେତ୍ରରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି । ଓଡ଼ିଶାର ମିଲେଟ୍ ମିଶନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରୟାସ ସୋନି ଟିଭିର ଲୋକପ୍ରିୟ ରୋଷେଇ କାର୍ଯ୍ୟକ୍ରମ ‘ମାଷ୍ଟର ସେଫ୍ ଇଣ୍ଡିଆ’ରେ ସ୍ଥାନ ପାଇଥିଲା । ଏଥିରେ ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଶଂସା କରାଯାଇଥିଲା । ମାଣ୍ଡିଆକୁ ସୁପରଫୁଡରେ ପରିଣତ କରିବା ପାଇଁ ଓଡ଼ିଶାର ଉଦ୍ୟମକୁ ନିଜର କାର୍ଯ୍ୟକ୍ରମ ଜରିଆରେ ଦର୍ଶାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋନି ଟିଭି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.